ଜିମେଲ ଦ୍ଵାରା ଲଗିନ କରି ଆଲୋଚନାରେ ଭାଗ ନିଅନ୍ତୁ

ପାଲି ଭାଷା ହିଁ ଓଡିଆ ଭାଷାର ମୂଳ ଉତ୍ସ

ଧଉଳି ଗିରିରୁ ମିଳିଥିବା ଅଶୋକଙ୍କ ସମୟର ଶିଳାଲେଖ, ଜଉଗଡ଼ର ଶିଳାଲେଖ ଏବଂ ଖାରବେଳଙ୍କ ସମୟରେ ଖଣ୍ଡଗିରି ଓ ଉଦୟଗିରିର ହାତୀଗୁମ୍ଫା ଶିଳାଲେଖ ଓଡ଼ିଆ ଭାଷାର ମୂଳ ଇତିହାସ ଉପରେ ସୂଚନା ଦିଏ । ହାତିଗୁମ୍ଫା ଶିଳାଲେଖରୁ ଜଣାଯାଏ ଯେ, ଆଧୁନିକ ଓଡ଼ିଆ ଭାଷାର ଉତ୍ପତ୍ତି ମୂଳ ପାଲି ଭାଷାରୁ । ହାତିଗୁମ୍ଫା ଶିଳାଲେଖରେ ଲିଖିତ ଭାଷା ହେଉଛି ପାଲି ଓ ଲିପି ହେଉଛି ବ୍ରାହ୍ମୀ । ଏହି ଶିଳାଲେଖ ହିଁ ପ୍ରମାଣ ଦିଏ ଯେ, ଓଡ଼ିଆ ଭାଷା ଅନ୍ୟ ଭାଷାଠାରୁ ପୁରାତନ । ସଂସ୍କୃତ ଭାଷାର ପ୍ରଭାବରେ ପୁରୁଣା ପାଲି ଭାଷାରେ ଅନେକ ଜାଗାରେ ଶବ୍ଦ ସବୁ ବଦଳି ଯାଇଛି । ତେବେ ଓଡ଼ିଆରେ ବିଦେଶୀ ଭାଷାର ପ୍ରଭାବ ଖୁବ କମ ଦେଖିବାକୁ ମିଳେ, ଯାହାକି ଅନ୍ୟ ଭାରତୀୟ ଭାଷାଠାରୁ ଖୁବ ଗୌଣ । ପ୍ରଫେସର ଓଲଡେନବର୍ଗଙ୍କ ମତରେ ପାଲି ଭାଷା ହିଁ ଓଡ଼ିଆ ଭାଷାର ମୂଳ ।
Post a Comment

ଜିମେଲ ଦ୍ଵାରା ଲଗିନ କରି ଆଲୋଚନା ଜାରି ରଖନ୍ତୁ ।

© Banamallira Mahak | All Right Reserved.