ଜିମେଲ ଦ୍ଵାରା ଲଗିନ କରି ଆଲୋଚନାରେ ଭାଗ ନିଅନ୍ତୁ

ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ

୨୦ ଫେବୃଆରୀ ୨୦୧୪ ତାରିଖ ଦିନ ଭାରତ ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିଥିଲେ । ଏହି ମାନ୍ୟତା ପାଇବାରେ ଓଡ଼ିଆ ହେଉଛି ଷଷ୍ଠ ଭାଷା । ଏହା ପୂର୍ବରୁ ତାମିଲ, ସଂସ୍କୃତ, ତେଲୁଗୁ, କନ୍ନଡ ଓ ମାଲାୟାଲମ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିସାରିଛି । କେନ୍ଦ୍ର କ୍ୟାବିନେଟ୍ ଫେବୃଆରୀ ୨୦ ତାରିଖରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ନେଲେ । ୨୦୧୩ ମସିହା ଜୁଲାଇ ୨୩ ତାରିଖରେ ଭାଷାବିଶେଷଜ୍ଞ କମିଟି ଓଡ଼ିଆକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ । ୨୦୧୪ ମସିହା ମାର୍ଚ୍ଚ ୧୧ ତାରିଖ ଦିନ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ନିମନ୍ତେ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ଜାରି କରାଯାଇଥିବାରୁ, ୨୦୧୫ ମସିହାରୁ ପ୍ରତି ବର୍ଷ ମାର୍ଚ୍ଚ ୧୧ ତାରିଖ ଦିନଟିକୁ ଓଡିଶା ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ "ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ" ରୂପେ ପାଳନ କରାଯାଇଥାଏ ।
Post a Comment

ଜିମେଲ ଦ୍ଵାରା ଲଗିନ କରି ଆଲୋଚନା ଜାରି ରଖନ୍ତୁ ।

© Banamallira Mahak | All Right Reserved.