ସାହିତ୍ୟ ସମ୍ପ୍ରଦାୟ

ବଣମଲ୍ଲୀ ସାହିତ୍ୟ ସମ୍ପ୍ରଦାୟ ହେଉଛି ଏକ ଅନଲାଇନ୍ ଆତ୍ମ ପ୍ରକାଶନ ମଞ୍ଚ ଯେଉଁଠାରେ ଲୋକମାନେ ନିଜ ଭାବନା ଓ ଅଭିଜ୍ଞତା ଗୁଡିକୁ ବାଣ୍ଟିପାରିବେ, ପ୍ରଶ୍ନ ପଚାରିପାରିବେ ଏବଂ ବଂ ପାରସ୍ପରିକ ଆଗ୍ରହର ବିଷୟ ଉପରେ ସଙ୍ଘବଦ୍ଧ ଆଲୋଚନା କରିପାରିବେ । ବଣମଲ୍ଲୀର ମହକ ସାହିତ୍ୟ ସମ୍ପ୍ରଦାୟ ମଞ୍ଚ ଓଡିଆ ସାହିତ୍ୟ ଓ ସଂସ୍କୃତି ଭିତ୍ତିକ ବିଷୟ ମଧ୍ୟରେ ସୀମାବଦ୍ଧ ।

ଆଭାସୀ ମିଳନ

ଏହା ଏକ ଭର୍ଚୁଆଲ ଇଭେଣ୍ଟ ଯାହା ଅନଲାଇନ୍ ମାଧ୍ୟମରେ ଉପସ୍ଥାପିତ ହୋଇଥାଏ । ଭିଡିଓ ୱେବକାଷ୍ଟ ସାହାଯ୍ୟରେ ବିଭିନ୍ନ ସମୟରେ ବଣମଲ୍ଲୀର ମହକ ୱେବପୋର୍ଟାଲରେ ଓଡିଆ ସାହିତ୍ୟ ଓ ସଂସ୍କୃତି ଭିତ୍ତିକ ଆଲୋଚନାଚକ୍ର, କବିତାପାଠ ଆଦି ଅନୁଷ୍ଠିତ ହୋଇଥାଏ । ବଣମଲ୍ଲୀର ମହକ ପକ୍ଷରୁ ଆୟୋଜିତ ଏହି ୱେବ ଇଭେଣ୍ଟ ଗୁଡିକ ସମ୍ପୁର୍ଣ୍ଣ ନିଃଶୁଳ୍କ ଅଟେ ।

ଆସନ୍ତୁ କିଛି ଶିଖିବା ଓ ଶିଖେଇବା । ପ୍ରତି ମାସରେ ବଣମଲ୍ଲୀର ମହକ ତରଫରୁ ଓଡିଆ ସାହିତ୍ୟ ଓ ସଂସ୍କୃତି ସମ୍ପର୍କିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନଲାଇନରେ ଅନୁଷ୍ଠିତ ହୋଇଥାଏ । ଆସନ୍ତୁ ଏଥିରେ ସାମିଲ ହୋଇ ଓଡିଆ ସାହିତ୍ୟ ଓ ସଂସ୍କୃତି ସମ୍ବନ୍ଧରେ କିଛି ନୂଆ ନୂଆ ତଥ୍ୟ ଆବିଷ୍କାର କରିବାର ସୁଯୋଗ ନେବା ।

ସମ୍ପର୍କ

ଠିକଣା : ମଙ୍ଗଳାଯୋଡି, ଖୋରଧା, ଓଡିଶା - ୭୫୨୦୨୩

ଇମେଲ ଠିକଣା : mail@banamalli.org