ଜିମେଲ ଦ୍ଵାରା ଲଗିନ କରି ଆଲୋଚନାରେ ଭାଗ ନିଅନ୍ତୁ

ନାଥ ସାହିତ୍ୟ

ନାଥ ସାହିତ୍ୟ ଓଡ଼ିଶାରେ ପ୍ରତିଷ୍ଠା ଲାଭ କରିଥିବା ଏକ ପ୍ରାଚୀନ ସାହିତ୍ୟ । ଚର୍ଯ୍ୟା ସାହିତ୍ୟ ପରେ ଓ ସାରଳା ଦାସଙ୍କ ରଚନା ପୂର୍ବରୁ ଓଡ଼ିଆ ସାହିତ୍ୟରେ ନାଥ ସାହିତ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ସୃଷ୍ଟି କରିଥିଲା । ବୌଦ୍ଧ ଧର୍ମର ବିକାଶ ପରେ ଓଡ଼ିଆ ସାହିତ୍ୟରେ ନାଥ ଧର୍ମର ବିକାଶ ଆଧୁନିକ ପୂର୍ବ ଭାରତର ଭୌଗୋଳିକ ପରିସରରେ ବଢ଼ିଥିଲା । ତତ୍କାଳୀନ ଓଡ଼ିଶାରେ ନାଥମାନେ ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଜୀବନରେ ଯଥେଷ୍ଟ ସମ୍ମାନିତ ହେଉଥିଲେ । ଦ୍ୱାଦଶ ଶତାବ୍ଦୀର ଆରମ୍ଭ ବେଳକୁ ନାଥ ଧର୍ମର ଆବିର୍ଭାବ ଘଟିଥିଲା । ଏହି ଧର୍ମର ଆଦି ଗୁରୁ ହେଲେ ଗୋରେଖନାଥ । ଶିଶୁବେଦ, ଅମରକୋଷ ଗୀତା, ଗୋରେଖ ସଂହିତା, ସପ୍ତାଙ୍ଗଯୋଗ ଧାରଣ, ମତ୍ସ୍ୟେନ୍ଦ୍ର ଗୀତା, ଅଷ୍ଟାଙ୍ଗ ଯୋଗ ଧାରଣ ପ୍ରଭୃତି ଗ୍ରନ୍ଥ ଓଡ଼ିଆ ନାଥ ସାହିତ୍ୟର କେତେକ ବିଶିଷ୍ଟ ରଚନା । କେନ୍ଦରା ବାଦ୍ୟ ସହାୟତାରେ ନାଥ ଯୋଗୀମାନେ ଏହି ଧର୍ମର ବିଭିନ୍ନ ନୀତି ଓ ଆଧ୍ୟାତ୍ମିକ ଗାଥା ତଥା ଗୁରୁ ଭଜନମାନ ଗାନ କରୁଥିଲେ ।

Post a Comment

ଜିମେଲ ଦ୍ଵାରା ଲଗିନ କରି ଆଲୋଚନା ଜାରି ରଖନ୍ତୁ ।

© Banamallira Mahak | All Right Reserved.